ବାରବାଟୀ କଟକରେ ବଢିଲା ବିଜେପିର ଅନ୍ତର୍ଦ୍ବନ୍ଦ୍ବ, ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରାର୍ଥୀତ୍ଵକୁ ନେଇ ଚରମରେ ଦଳୀୟ କନ୍ଦଳ

Published By : Prameya-News7 Bureau | May 04, 2024 IST

କଟକ: ବାରବାଟୀ କଟକରେ ବିଜେପିରେ ଵଢୁଛି ଅନ୍ତର୍ଦ୍ବନ୍ଦ୍ବ। ବାରବାଟୀ କଟକ ପାଇଁ ଵିଜେପି ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିଵା ପରେ ଦଳର କିଛି ବରିଷ୍ଠ ନେତା ଏହାକୁ ଖୋଲାଖୋଲି ଵିରୋଧ କରିଛନ୍ତି।ଏପରିକି କିଛି ଆଶାୟୀ ଏବେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା କଥା କହିଛନ୍ତି। ସେପଟେ ବିଜେପି ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଦଳର ସଙ୍ଗଠନ ତାଙ୍କୁ ସହଯୋଗ କରିଵା ନେଇ ଆଶା ରଖିଛନ୍ତି।

Also read: ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୪ ଲୋକସଭା ଆସନରେ ୩୭ ପ୍ରାର୍ଥୀ, ୧୭ ଜଣ କୋଟିପତି

ବାରବାଟୀ କଟକରେ ଵିଜେପି ଭିତରେ କନ୍ଦଳ ବଢ଼ିବାରେ ଲାଗିଛି। ବାରବାଟୀ କଟକରେ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଵିଜେପି ପ୍ରାର୍ଥୀ ଘୋଷଣା କରିଵା ପରେ ଦଳୀୟ କନ୍ଦଳ ଚରମ ସୀମାରେ ପହଞ୍ଚିଛି।ଟିକଟ ଆଶାୟୀ ଥିବା ରାଜ୍ୟ ଵିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ଵିଜେପି ଆଇନଜୀବୀ ସାମ୍ମୁଖ୍ୟ ସୈ।ରଚନ୍ଦ୍ର ମହାପାତ୍ର ଖୋଲାଖୋଲି ଦଳ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।ଏପରିକି ଟିକଟ ପାଇଁ ଅସାଧୁ ଉପାୟ ଅଵଲମ୍ବନ କରାଯାଉଥିବା ଅଭିଯୋଗ କରିଛନ୍ତି ଦୁଇ ଅସନ୍ତୁଷ୍ଟ ନେତା। ତେବେ ଉଭୟ ସ୍ମୃତି ଓ ସୌରଚନ୍ଦ୍ର ଦଳ ଛାଡ଼ିବେ ନାହିଁ ଵୋଲି ସ୍ପଷ୍ଟ କରିଛନ୍ତି। ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଆଲୋଚନା କରି ସ୍ମୃତି ପଟ୍ଟନାୟକ ଆଗାମୀ ପଦକ୍ଷେପ ନେବେ ବୋଲି କହିଛନ୍ତି।

ସେପଟେ ବାରବାଟୀ କଟକରେ ଵିଜେପି ପ୍ରାର୍ଥୀ ହୋଇଥିବା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଦଳ ପାଇଁ ନବାଗତ। ତେଣୁ ଦଳର ସଙ୍ଗଠନର ସହାୟତା ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାରେ ଵଡ ଭୂମିକା ଗ୍ରହଣ କରିବ।ଏ ନେଇ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ମଧ୍ୟ ଆଶାବାଦୀ ଅଛନ୍ତି। ବିଜେପି ଭିତରେ ଥିବା ଅନ୍ତର୍ଦ୍ବନ୍ଦ୍ବକୁ ପ୍ରଶମିତ କରିବା ପାଇଁ ରାଜ୍ୟ ନେତୃତ୍ବ ପ୍ରୟାସ କରୁଛନ୍ତି। ତେବେ ଏହି ପ୍ରୟାସ କେତେଦୁର ସଫଳ ହେବ, ତାହା ଏକ ଵଡ ପ୍ରଶ୍ନ।

 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.